Spread the love

ଯାଜପୁର: ଯାଜପୁର ପୌରାଞ୍ଚଳର ହାବେଳି ବଜାରକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ପ୍ରଶାସନ । ଏଠାରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ପୌରାଞ୍ଚଳର ୱାର୍ଡ ନମ୍ବର ୧,୮ ଓ ୯କୁ କଣ୍ଟେମେଣ୍ଟ ଜୋନ ଘୋଷଣା କରାଯାଇଛି । ମଇ ୧୨ରୁ ଜୁନ ୯ ଯାଏ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହାଦ୍ୱାରା ଉକ୍ତ ଅଞ୍ଚଳକୁ କେହି ଆସିପାରିବେ ନାହିଁକି ଯାଇପାରିବେ ନାହିଁ ।

LEAVE A REPLY

Please enter your comment!
Please enter your name here