Spread the love

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ଯାଜପୁରର ଜଣେ ୬୫ ବର୍ଷୀୟ ବୃଦ୍ଧ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ସେ ପଶ୍ଚିମବଙ୍ଗରୁ ଫେରି କ୍ୱାରେଣ୍ଟାଇନେରେ ଥିଲେ ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷର ସୂଚନା ଦିଆଯାଇଛି । ଏବେ ତାଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ ଏବଂ ଅନ୍ୟାନ ଜରୁରୀ କାର୍ଯ୍ୟାନୁଷ୍ଠାନ ଗ୍ରହାଣ କରାଯାଉଛି । ଏହା ସହିତ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯କୁ ବୃଦ୍ଧି ପାଇଥିବାବେଳେ ଜିଲ୍ଲାର ୫୪ ଜଣ ଏଥିରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୫୩ ଜଣ ଚିକିତ୍ସିତ ହେଉଛନ୍ତ ।

LEAVE A REPLY

Please enter your comment!
Please enter your name here