Spread the love

ବ୍ୟାସନଗର : ଯାଜପୁରରୋଡ଼ ସ୍ଥିତ ବୀଣାପାଣୀ ସାହି ଠାରେ ଜଣେ କୋଭିଡ ରୋଗୀÿ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୨ ଜଣ ସାପଗଡ଼ିଆ ଠାରେ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ ୩ଜଣ ଯାକ ମଇ ୧୨ ତାରିଖରେ ପୁଟ୍ଟପର୍ତ୍ତି ସ୍ଥିତ ସାଇବାବାଙ୍କ ଆଶ୍ରମରୁ ଓଡ଼ିଶା ଫେରିଥିଲେ । ସେମାନେ ଘରୋଇ ସଙ୍ଗରୋଧରେ ଥିବା ବେଳେ ଆଜି ସେମାନଙ୍କ କୋଭିଡ଼ -୧୯ ପରୀକ୍ଷା ଫଳରେ ସଂକ୍ରମଣ ଥିବା ଜଣାପଡ଼ିଥିଲା । ସେମାନଙ୍କୁ ଚିକିତ୍ସା ଲାଗି ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ କୋଭିଡ଼ ହାସପାତାଳକୁ ପଠାଯାଇଛି । ବ୍ୟାସନଗରରେ ଏହି ୩ଜଣ ପ୍ରଥମ କୋଭିଡ଼ ରୋଗୀଭାବେ ଚିହ୍ନଟ ହୋଇଥିବା ବେଳେ ସମଗ୍ର ଅଞ୍ଚଳକୁ ସରକାର ସଟ ଡାଉନ ନକମରିବା ଘଟଣାକୁ ନେଇ ବିଭିନ୍ନ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here