Spread the love

ଯାଜପୁର : ସାବଧାନ; ଯାଜପୁର ଜିଲ୍ଲା ଗନ୍ଧଣ ପଂଚାୟତର ୨ ସଙ୍ଗରୋଧ କେନ୍ଦ୍ରରେ ୨ ଦିନ ଧରି ଥିବା ୨ ଜଣ କୋଲକତା ଫେରନ୍ତା ଶ୍ରମିକ ଶନିବାର ମଧ୍ୟରାତ୍ରିରୁ କେଉଁଆଡ଼େ ଫେରାର ହୋଇଯାଇଛନ୍ତି । ଏହି ଖବର ଜଣାପଡ଼ିବା ପରେ କୁଆଖିଆ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ମଧ୍ୟ ସେମାନଙ୍କ ଖବର ପାଇନାହିଁ । ଏହି ଦୁଇ ଶ୍ରମିକ ମାତ୍ର କିଛିଦିନ ତଳେ ଗାଁକୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ହୋଇନାହିଁ । ଯାଜପୁର ଜିଲ୍ଲାରେ କଲିକତା ଫେରନ୍ତା ଶ୍ରମିକମାନେ ସର୍ବାଧିକ କରୋନା ଆକ୍ରାନ୍ତ ହେବା ଘଟଣା ଏବେ ସବୁ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ସାଧାରଣ ଲୋକେ ବାହାରୁ ଫେରୁଥିବା ଲୋକମାନଙ୍କୁ ଗାଁ ଭିତରକୁ ନପୁରାଇବା ଲାଗି ବିଭିନ୍ନ ସ୍ଥାନରେ ଅଡ଼ି ବସୁଥିବା ବେଳେ ଏବେ ଫେରାର ୨ଜଣ କୁଆଡ଼େ ଗଲେ ଓ କାହା ଘରେ ଲୁଚିଛନ୍ତି ସେ ନେଇ ଲୋକେ ଆଶଙ୍କା ମଧ୍ୟରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here