Spread the love

ବେଜିଂ : ଚୀନ ସେନାକୁ ଯୁଦ୍ଧ ଲାଗି ପ୍ରସ୍ତୁତ ହେବାକୁ ଚୀନର ରାଷ୍ଟ୍ରପତି ଜିଙ୍ଗ ପିଙ୍ଗ ନିଦେ୍ର୍ଦଶ ଦେଇଛନ୍ତି । ସଂପ୍ରତି କରୋନା ଭାଇରସକୁ ନେଇ ଆମେରୀକା ସହ ଚୀନର ଶୀତଳ ଯୁଦ୍ଧ ଆରମ୍ଭ ହୋଇ ଯାଇଥିବା ବେଳେ ଯେକୌଣସି ପରିସ୍ଥିତିର ସାମ୍ନା କରିବା ପାଇଁ ଶ୍ରୀ ପିଙ୍ଗ ସୈନ୍ୟ ବାହିନୀକୁ ଆହ୍ୱାନ ଦେଇଛନ୍ତି । ଏଥିସହ ପୂର୍ବରୁ ଭାରତ ସହ ରହିଥିବା ୩୪୮୮ କି.ମି ଲମ୍ବା ସୀମା ବିବାଦକୁ ନେଇ ଗତ ୪ ଦିନ ଧରି ଉଭୟ ଦେଶ ମଧ୍ୟରେ ତୀବ୍ର ଉର୍ତ୍ତେଜନା ଦେଖା ଦେଇଛି । ଲଦାଖ ସୀମାରେ ଚୀନ ପକ୍ଷରୁ ଏକ ଏୟାର ଷ୍ଟ୍ରାଇପ ନିର୍ମାଣ କୁ ନେଇ ମଧ୍ୟ ଭାରତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । କରୋନା ସମୟରେ ଲୋକେ ଜୀବନ ବଞ୍ଚାଇବା ପାଇଁ ତ୍ରାହି ତ୍ରାହି ଡାକୁଥିବା ବେଳେ ଚୀନ ଚରମ ଅବିଶ୍ୱାସ କାର୍ଯ୍ୟ କରି ଚାଲିଥିବା ଆମେରୀକା ପକ୍ଷରୁ କୁହାଯାଇଛି । ଏଥିସହ ସୀମାରେ ବିବାଦ ତୀବ୍ର ରୂପ ଧାରଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏକ ଉଚ୍ଚ ସ୍ତରୀୟ ବୌଠକ ଡକାଇ ସଂପୂର୍ଣ୍ଣ ଘଟଣା ଉପରେ ଆଲୋଚନା କରିଛନ୍ତି । ସେହିଭଳି ଚୀନ ମଧ୍ୟ ଇତି ମଧ୍ୟରେ ଭାରତରେ ରହୁଥିବା ସେ ଦେଶର ନାଗରିକମାନଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପାଇଁ କହିଛି । ଭାରତରେ କୋଭିଡ଼-୧୯ ବ୍ୟାପିବା ଘଟଣା ପରିପ୍ରେକ୍ଷୀରେ ଚୀନ ନିଜ ଦେଶର ଲୋକଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପାଇଁ କହିଥିବା କହୁଥିବା ବେଳେ ଏହା ଚୀନର ଏକ ଚାଲ ବୋଲି ରକ୍ଷା ବିଶେଷଜ୍ଞମାନେ କହିଛନ୍ତି । ସମ୍ଭାବ୍ୟ ଯୁଦ୍ଧ ପୂର୍ବରୁ ଚୀନ ସଜବାଜ ହେଉଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here