Spread the love

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ରଥ ନିର୍ମାଣ କରିବାକୁ କେନ୍ଦ୍ର ସରକାର ଅନୁମତି ଦେବା ପରେ ଏ ସମ୍ପର୍କରେ ନିୟମାବଳୀ ଜାରି କରାଯାଇଛି । ଶୁକ୍ରବାର ଏଥିପାଇଁ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ସମ୍ପର୍କରେ ମିଳିଥିବା ସୁଚନାରୁ ଜଣାପଡ଼ିଛି ଯେ ରଥଖଳା ପାଇଁ ୨୦୦ ଫୁଟର ନିଷିଦ୍ଧାଞ୍ଚଳ ପ୍ରସ୍ତୁତ କରାଯିବ । ଏଥିସହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବାକୁ ଥବବା ମହାରଣା ସେବକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯିବ । ନିର୍ମାଣ କାର୍ଯ୍ୟରେ ନିୟୋଜତ ସମସ୍ତ ମହାରଣା ସେବକଙ୍କୁ ଭକ୍ତ ନିବାସରେ ସଙ୍ଗରୋଧରେ ରଖାଯିବ । ସେଠାରେ ସେମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯିବ । ଭକ୍ତନିବାସରୁ ମହାରଣା ସେବକଙ୍କୁ ବସରେ ରଥଖଳାକୁ ନିଆଯିବ । ମହାରଣା ସେବକଙ୍କ ବ୍ୟତୀତ ଅନ୍ୟ ସେବାୟତଙ୍କର ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here