Spread the love

ରାଉରକେଲା:ରାଉରକେଲାରେ କଣ୍ଟେନମେଣ୍ଟ ଜୋନକୁ ବିରୋଧ କରି ସ୍ଥାନୀୟ ଲୋକ ନାଲାରୋଡ଼-ମହତାବ ରୋଡ଼ରେ ପୋଲିସ ଉପରକୁ ପଥରମାଡ଼ କରିଛନ୍ତି । ସୋମବାର ଉକ୍ତ ଅଞ୍ଚଳର ପୁଣି ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ରାଉରକେଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ନାଲାରୋଡ଼ରେ ୬ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ବ୍ୟାରିକେଡ଼ କରାଯାଇଥିଲା । ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚା ଯାଇଥିବା ବେଳେ ଘରୁ ନ ବାହାରିବାକୁ କୁହାଯାଇଥିଲା । ପ୍ରଶାସନର ଏଭଳି କଟକଣାକୁ ନେଇ ସ୍ଥାନୀୟ ଲୋକ ସୋମବାର ପୁଲିସ ଉପରକୁ ପଥରମାଡ କରିବା ସହ ବ୍ୟାରିକେଡ଼କୁ ଭାଙ୍ଗିଦେଇଛନ୍ତି । ଏବେ ବି ଉତ୍ତେଜନା ଲାଗିରହିଥିବାରୁ ଅଧିକ ସଂଖ୍ୟକ ପୁଲିସ ଫୋର୍ସକୁ ସେଠାକୁ ପଠାଯାଇଛି ଜ୍ଝ ଘଟଣାସ୍ଥଳରେ ପୁଲିସ ଡ଼ିଆଇଜି କବିତା ଜଲନ, ଏସପି କେ ଶିବା ସୁବ୍ରମଣି ପହଂଚିଛନ୍ତି ।

LEAVE A REPLY

Please enter your comment!
Please enter your name here