Spread the love

ଭୁବନେଶ୍ୱର:ବିପଜ୍ଜନକ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ରାଉରକେଲାର ଜଣେ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ତାଙ୍କର ସ୍ୱାବ ନମୁନା ନେଗେଟିଭ ଆସିଛି ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ଏହା ସହିିତ ରାଜ୍ୟରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୬୩ରେ ପହଞ୍ଚିଛି । ଏବେ ସୁଦ୍ଧା ଯୀଜପୁରର ଜଣେ, ଖୋର୍ଧାର ୩୨, ବାଲେଶ୍ୱରର ୫, ଭଦ୍ରକର୧୨,ସୁନ୍ଦରଗଡ ୬,କେନ୍ଦ୍ରାପଡା ୨, କଟକର ଜଣେ, କଳାହାଣ୍ଡିର ୨, ଢେଙ୍କାନାଳ ଏବଂ ପୁରୀର ଜଣେ ଲେଖାଁଏ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here