Spread the love

ଭୁବନେଶ୍ୱର
ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି । ଏକ ଲକ୍ଷ ନୁହେଁ କି ୧୦ ଲକ୍ଷ ନୁହେଁ ଏକ କିଲୋଗ୍ରାମର ୧ କୋଟି ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । କ୍ରାଇମବ୍ରାଞ୍ଚ ଏସଟିଏଫ ଖଣ୍ଡଗିରି ଅଞ୍ଚଳରୁ ଏହି ଧଳା ଜହର ଜବତ କରି ୨ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ବାଲେଶ୍ୱରରୁ ୩ ଜଣ ବେପାରୀ ବ୍ରାଉନସୁଗାର ନେଇ ଆସୁଥିବାର ସୂଚନା ପାଇ ଏସଟିଏଫ ଖଣ୍ଡଗିରିରେ ଜଗି ରହିଥିଲା । ପରେ ସେଠାରୁ ଏସଟିଏଫ ୩ ଜଣ ଯୁୂବକଙ୍କୁ ଧରିଥିଲା । କିନ୍ତୁ କୌଶଳକ୍ରମେ ଜଣେ ସେଠାରୁ ଖସିଯିବାରେ ସଫଳ ହୋଇଥିଲା । ଏସଟିଏଫ ସେମାନଙ୍କର ଏକ ବାଇକ ଜବତ କରିଛି । ଏହି ଗିରଫ ଦୁଇ ଯୁବକ ଖୋର୍ଧା ଜଙ୍କିଆ ଅଞ୍ଚଳର ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here