Spread the love

ଭୁବନେଶ୍ୱର
ରାଜଧାନୀର ନୟାପଲ୍ଲୀ ଭିଆଇପି ଛକରେ ଥିବା ଏକ ଓୟିୟୋ ହୋଟେଲରେ ଜୁଆ ଆଡ୍ଡା ଚଲାଥିଲା । ଗତକାଲି ବିଳମ୍ବିତ ରାତିରେ ପୋଲିସ ଏଠାରେ ଚଢଉ କରି ୯ ଜଣ ଜୁଆଡୀଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧,୫୦,୦୦୦ ଟଙ୍କା ସମେତ ୩ଟି ଦାମୀ କାର ଜବତ ହୋଇଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅଧିକାଂଶ ବ୍ୟବସାୟୀ ଏବଂ ଠିକାଦାର ଥିବା ଜଣାପଡିଛି । ତେବେ ଲକଡାଉନ ଚାଲିଥିବାରୁ ହୋଟେଲ ଖୋଲିବାକୁ ଅନୁମତି ଦିଆଯାଇନଥିଲେ ମଧ୍ୟ ଏହା କେମିତି ଚାଲିଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି ।

LEAVE A REPLY

Please enter your comment!
Please enter your name here