Spread the love

ଭୁବନେଶ୍ୱର
ଆଜି ଖୋର୍ଧା ଜିଲ୍ଲାରୁୁ ୨୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଭୁବନେଶ୍ୱରର ୧୩ ଜଣ ସାମିଲ ଅଛନ୍ତି । ଏମାନଙ୍କ ମଧ୍ୟରୁ ୭ ଜଣ ହୋମ କ୍ୱାରେଣ୍ଟାଇନରେ ଥିଲେ ଏବଂ ୬ ଜଣଙ୍କୁ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ କରାଯାଇଛି । ହୋମ କ୍ୱାରେଣ୍ଟାଇନରେ ଥିବା ୭ ଜଣଙ୍କ ମଧ୍ୟରେ ପାତ୍ରପଡାର ଜଣେ(ଦିଲ୍ଲୀ ଯାତ୍ରା କରିଥିଲେ),ନୂଆ ଫରେଷ୍ଟ ପାର୍କର ୨ ଜଣ(ଦିଲ୍ଲୀ ଫେରନ୍ତା), ଲକ୍ଷ୍ମୀ ସାଗରର ଜଣେ(ଦିଲ୍ଲୀ ଫେରନ୍ତା), ଟଙ୍କପାଣି ରୋଡର ଜଣେ(ଝାଡଖଣ୍ଡ ଯାଇଥିଲେ), ଚିନ୍ତାମଣୀଶ୍ୱରର ଜଣେ(ମହାରାଷ୍ଟ୍ର ଯାଇଥିଲେ), ଓଲ୍ଡ ଟାଉନର ଜଣେ(ପଶ୍ଚିିମବଙ୍ଗ ଯାଇଥିଲେ) ସାମିଲ ଅଛନ୍ତି । ସେହିପରି ଡୁମଡୁମାର ଜଣେ, ୟୁନିଟି-୪ର ୨ ଜଣ,ସାଲିଆ ସାହିର ଜଣେ , ଆଇଗିଣିଆର ଜଣେ ଏବଂ ଲକ୍ଷ୍ମୀସାଗରରୁ ଜଣେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବିଏମସି ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here