Spread the love

ଭୁବନେଶ୍ୱର: ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରାଇ ଆଣି ସଙ୍ଗରୋଧରେ ରଖିବାକୁ ଆପ୍ରାଣ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ମାତ୍ର ସ୍ଥିତି ଏପରି ହୋଇଛି ଯେ ଖୋଦ ରାଜଧାନୀ ରାଜରାସ୍ତାରେ ବୁଲୁଛନ୍ତି ୧୨ ଜଣ ସୁରତ ଫେରନ୍ତା । ଜଣାପଡ଼ିଛି ଯେ ଗତ ୨ତାରିଖରେ ଏକ ବସରେ ପ୍ରାୟ ୬୦ଜଣ ପ୍ରବାସୀ ଶ୍ରମିକ ଓଡ଼ିଶା ଫେରିଥିଲେ । ଉକ୍ତ ବସରେ ଯାଜପୁର, ଭଦ୍ରକର ପ୍ରାୟ ୧୨ ଜଣ ଶ୍ରମିକ ଥିଲେ । ବସଟି ମଙ୍ଗଳବାର ସକାଳେ ଯାଜପୁର ଓ ଭଦ୍ରକ ଶ୍ରମିକଙ୍କୁ କଳ୍ପନା ଛକରେ ଓହ୍ଲାଇ ପୁରୀ ପଳାଇଥିଲା । ଉକ୍ତ ଶ୍ରମିକ ମାନେ ପ୍ରଥମେ ୧୦୪ ଓ ୧୦୦କୁ ଫୋନ କରିଥିଲେ ମଧ୍ୟ କେହି କିଛି ଶୁଣିନଥିଲେ । ପରେ ସେମାନେ ଚାଲିଚାଲି ଯାଜପୁର ଯିବାକୁ ବାହାରିଥିଲେ । କିଛି ବାଟ ଯିବା ପରେ ସେମାନେ ଏକ ମିନି ଟ୍ରକରେ ଉଠିଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here