Spread the love

ଭୁବନେଶ୍ୱର: ରାଜ୍ୟରେ ପୁଣି ୧୭ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଗଞ୍ଜାମର ୧୨, ଭଦ୍ରକର ଜଣେ ଏବଂ ମୟୁରଭଞ୍ଜର ୩ ଜଣ ସାମିଲ ଅଛନ୍ତି । ଏମାନେ ସମସ୍ତେ ପୁରୁଷ ଏବଂ ସୁରତରୁ ଫେରିଥିଲେ । ଏହା ସହିତ ରାଉରକେଲା କଣ୍ଟେନମେଣ୍ଟ ଜୋନର ଆଉ ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏବେ ସମସ୍ତଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଉଛି । ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ଶନିବାର ଏହି ସୂଚନା ଦିଆଯାଇଛି । ଏହି ନୂତନ ଆକ୍ରାନ୍ତଙ୍କ ସହ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୮୭କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୨୨ଟି ମାମଲା ସକ୍ରିୟ ଥିବାବେଳେ ୬୩ ଜଣ ଲୋକ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ଏବେ ୮୩ କରୋନା ଆକ୍ରାନ୍ତଙ୍କ ସହ ଗଞ୍ଜାମ ରାଜ୍ୟରେ ଶୀର୍ଷରେ ରହିଛି । ଏହା ପଛକୁ ଯାଜପୁର(୫୫), ଖୋର୍ଧା(୫୦), ବାଲେଶ୍ୱର(୨୭), ଭଦ୍ରକ(୨୫), ସୁନ୍ଦରଗଡ (୧୩), କେନ୍ଦ୍ରାପଡା (୮), ମୟୁରଭଞ୍ଜ(୭), ଜଗତସିଂହପୁର(୫), ବଲାଙ୍ଗୀର, କଟକ, ଝାରସୁଗୁଡା, କଳାହାଣ୍ଡି ଏବଂ କେନ୍ଦୁଝର ୨ ଜଣ ଲେଖାଏ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଦେଓଗଡ, ଢେଙ୍କାନାଳ, କରୋପୁଟ ଏବଂ ପୁରୀର ଜଣେ ଲେଖାଏଁ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here