Spread the love

ଭୁବନେଶ୍ୱର:ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ମଙ୍ଗଳବାର ଅପରାହ୍ନରେ ଆଉ ତିନି ଜଣ ବ୍ୟକ୍ତିଙ୍କ ସ୍ୱାବ ନମୁନା ପଜିଟିଭ ଆସିଛି । ସେମାନଙ୍କ ମଧ୍ୟରେ କଟକ ଜିଲ୍ଲା ତିଗିରିଆ( ସୁରତ ଫେରନ୍ତା)ର ଜଣେ ସାମିଲ ଥିବା ବେଳେ ବାଲେଶ୍ୱର ଜିଲ୍ଲାର୨ ଜଣ(ପଶ୍ଚିମବଙ୍ଗରୁ ଫେରିଥିବା) ବ୍ୟକ୍ତି ସାମିଲ ଅଛନ୍ତି । ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୩କୁ ବୃଦ୍ଧି ପାଇଛି । ଏହି ତିନି ଜଣଙ୍କ ସଂସ୍ପର୍ଶରେ ଆସିଥିବ ବ୍ୟକ୍ତିିଙ୍କୁ ଚିହ୍ନଟ କରାଯାଉଛି । ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇ ଏହି ସୂଚନା ଦିଆଯାଇଛି ।
ଦୁଇ ନୂଆ ଆକ୍ରାନ୍ତଙ୍କ ସହ ବାଲେଶ୍ୱର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହୋଇଥିବା ବେଳେ କଟକ ଜିଳ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨ରେ ପହଞ୍ଚିଛି । ମଙ୍ଗଳବାର ଗଂଜାମ ଜିଲ୍ଲାରେ ଜଣେ ୧୮ ବର୍ଷିଅ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସଂପୃକ୍ତ ଯୁବକ ଗୁଜୁରାଟର ସୁରତରୁ ଫେରି କ୍ୱାରେଣ୍ଟାଇନରେ ଥିଲେ ।
ରାଜ୍ୟରେ ଏ ପର୍ୟ୍ୟନ୍ତ ୪୪ ହଜାର ୬୬୩ଟି ଆରଟି ପିସିଆର ନମୁନା ପରୀକ୍ଷା ହୋଇଛି । ୧୬ଟି ଜିଲ୍ଲାରୁ ମୋଟ ୧୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ସର୍ବାଧିକ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୪୭ ଜଣ, ବାଲେଶ୍ୱର ଜିଲ୍ଲାରୁ ୨୩ ଜଣ, ଭଦ୍ରକ ଜିଲ୍ଲାରୁ ୨୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୧ ଜଣ, ଗଂଜାମ ଜିଲ୍ଲାରୁ ୩ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କେନ୍ଦ୍ରାପଡ଼ା, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତଦବ୍ୟତୀତ କୋରାପୁଟ, ଦେବଗଡ଼, ଢେଙ୍କାନାଳ ପୁରୀ ଜିଲ୍ଲାରୁ ଜଣେ ଲେଖା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏ ପର୍ୟ୍ୟନ୍ତ ୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧୧୨ ଜଣ ସକ୍ରିୟ ଆକାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କରୋନା ସଂକ୍ରମଣରେ କେବଳ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here