Spread the love

ଭୁବନେଶ୍ୱର: ରାଜ୍ୟରେ କରୋନା ଲୋକଙ୍କ ସହ ଲୁଚକାଳି ଖେଳୁଛି । ସୋମବାର ମଧ୍ୟାହ୍ନରେ ଜଗତସିଂହପୁରକୁ ସରକାର କରୋନା ମୁକ୍ତ ଜିଲ୍ଲା ଘୋଷଣା କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଦୁଇଟି ସଙ୍ଗରୋଧ କେନ୍ଦ୍ରରୁ ୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮୯୬କୁ ବୃଦ୍ଧି ପାଇଛି । ଏ ଯାବତ ୨୭୭ ଜଣ ସୁସ୍ଥ ହୋଇଥିଲା ବେଳେ ମୋଟ ୬୦୫ ସକ୍ରୀୟ ରୋଗୀ ଅଛନ୍ତି ଓ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ, କଳାହାଣ୍ଡି, ଝାରସୁଗୁଡ଼ା, କୋରାପୁଟ ଓ ଢେଙ୍କାନାଳରେ ଜଣେ ହେଲେ ସକ୍ରୀୟ କରୋନା ସଂକ୍ରମିତ ନାହାନ୍ତି ।

LEAVE A REPLY

Please enter your comment!
Please enter your name here