Spread the love

ଭୁବନେଶ୍ୱର:ଗଞ୍ଜାମ ଜିଲ୍ଲାର ପୁଣି ଜଣେ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୭କୁ ବୃଦ୍ଧି ପାଇଛି । ଏହି ନୂତନ ଆକ୍ରାନ୍ତଙ୍କ ବୟସ ୧୮ ବର୍ଷ ଏବଂ ସେ ସୁରତରୁ ଫେରିଛନ୍ତି । ଏବେ ତାଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ ଜାରି ରହିଛି । ସୂଚନାଯୋଗ୍ୟ ଯେ ଏବେ ସୁଦ୍ଧା ଗଞ୍ଚାମ ଜିଲ୍ଲାର ୪ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here