Spread the love

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ସୁରତରୁ ଫେରି କ୍ୱାରେଣ୍ଟାଇନରେ ଥିବା ୨୦ ଜଣ ବ୍ୟକ୍ତିଙ୍କ କରୋନ ରିପୋର୍ଟ ପଜିଟିଭ ଆସିଛି । ସେମାନଙ୍କ ମଧ୍ୟରେ ୧୭ ଜଣ ଗଞ୍ଜାମ ଜିଲ୍ଲାର ସାମିଲ ଅଛନ୍ତି । ଏମ।ନଙ୍କ ମଧରେ ଜଣେ ୨୦ ବର୍ଷୀୟ ମହିଳା ଏବଂ ୧୮ରୁ ୫୦ ବର୍ଷର ପୁରୁଷ ରହିଛନ୍ତି । ଏହା ସହିତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ୂବୃଦ୍ଧି ପାଇଛି । ଏହା ସହିତ ପ୍ରଥମ ଥର ଲାଗି ôମୟୁରଭଞ୍ଜର ଜିଲ୍ଲାର୨୧, ୩୬ ଏବଂ ୪୪ ବର୍ଷ ବୟସର ୩ଜଣ ପୁରୁଷ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସ୍ୱାସ୍ଥ୍‌୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦେଇଛନ୍ତି । ଏହି ନୂତନ ଆକ୍ରାନ୍ତଙ୍କ ସହିତ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୦୯ ରେ ପହଞ୍ଚିଛି । ଅପରାହ୍ନରେ ଦୁଇଜଣ ବାଲେଶ୍ୱର ଓ ଜଣେ ଜଗତସିଂହପୁରରୁ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here