Spread the love

ଭୁବନେଶ୍ୱର: ଶନିବାର ପର୍ଯ୍ୟନ୍ତ ରାଜ୍ୟରେ କେବଳ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା ବେଳେ ଏବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଶନିବାର ଗଞ୍ଜାମରେ ଜଣଙ୍କର କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ବୋଲି ସରକାରୀ ଭାବେ କୁହାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମଣ ଯୋଗୁ ୪ଜଣଙ୍କର ମୃତ୍ୟୁ ହୋଇଛି । ନୂଆ ଜିଲ୍ଲା ଭାବେ ସମ୍ବଲପୁରରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ୨୨ଟି କରୋନା କବଳିତ ହୋଇସାରିଲାଣି ।
ଗଞ୍ଜାମରେ ସୁରତରୁ ଫେରି ସଙ୍ଗରୋଧରେ ଥିବା ଦୁଇଜଣଙ୍କର ମୃତ୍ୟୁ ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଥମେ ଟ୍ୱିଟ କରାଯାଇଥିଲା । ପରେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ବୋଲି ସ୍ପଷ୍ଟ ହୋଇଥିଲା। ଜଣେ କରୋନା ସଂକ୍ରମିତ ବୋଲି ଚିହ୍ନଟ ହୋଇଥିଲା ବେଳେ ଅନ୍ୟ ଜଣେ କେବଳ ସଙ୍ଗରୋଧରେ ଥିଲେ । ଉଭୟଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାପଡ଼ିଛି । ଅପରପକ୍ଷରେ ରବିବାର ସକାଳ ୯ଟା ସୁଦ୍ଧା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୨୮ରେ ପହଞ୍ଚିଛି । ୧୯୬ ଜଣ ସୁସ୍ଥ ହୋଇଥିଲା ବେଳେ ଏବେ ରାଜ୍ୟରେ ୬୨୭ ଜଣ ସକ୍ରୀୟ କରୋନା ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ଗଞ୍ଚାମ ଜିଲ୍ଲାରେ ସର୍ବାଧିକ ୨୯୨, ଜଣ ଥିଲା ବେଳେ ଯାଜପୁରରେ ୧୨୧, ବାଲେଶ୍ୱରରେ ୧୧୯, ଭଦ୍ରକରେ ୭୪, ଖୋର୍ଦ୍ଧାରେ ୫୯, ସୁନ୍ଦରଗଡ଼ରେ ୨୭, କେନ୍ଦ୍ରାପଡ଼ାରେ ୨୭, ପୁରୀରେ ୨୫, କଟକରେ ୨୨, ଅନୁଗୁଳରେ ୧୫, ମୟୁରଭଞ୍ଜରେ ୧୧, କେନ୍ଦୁଝରରେ ୮, ନୟାଗଡ଼ରେ ୬, ଜଗତସିଂହପୁରରେ ୫, ବୌଦ୍ଧରେ ୪, ବଲାଙ୍ଗୀରରେ ୪, କଳାହାଣ୍ଡିରେ ୨, ଝାରସୁଗୁଡ଼ାରେ ୨, ଦେବଗଡ଼ରେ ୨, ସମ୍ବଲପୁରରେ ୧, କୋରାପୁଟରେ ୧ ଓ ଢେଙ୍କାନାଳରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here