Spread the love

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୧୨୯ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ୧୯ଟି ଜିଲ୍ଲାରେ ଏହି ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିଥିଲା ବେଳେ ୧୦ ଜଣ ସ୍ଥାନୀୟ ରୋଗୀ ବୋଲି ଜଣାପଡ଼ିଛି । ଏବେ ସୁଦ୍ଧା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୪୮ରେ ପହଞ୍ଚିଛି । ମୋଟ ୮୮୯ ସକ୍ରୀୟ ସଂକ୍ରମିତ ଚିକିତ୍ସିତ ହେଉଥିଲା ବେଳେ ୧୦୫୦ ଜଣ ସୁସ୍ଥ ହୋଇଛନ୍ତି ଓ ୭ଜଣ ପ୍ରାଣ ହରାଇଛନ୍ତି । ଆଜି ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରୁ କେନ୍ଦ୍ରପଡ଼ାରେ ସର୍ବାଧିକ ୧୮ଜଣ ଚିହ୍ନଟ ହୋଇଛନ୍ତି । ଗଜପତିରେ ୧୬, ନୂଆପଡ଼ାରେ ୧୨, ବଲାଙ୍ଗୀରରେ ୧୧, ଗଞ୍ଜାମ ଓ ଯାଜପୁରରେ ୧୦ ଲେଖା, ଖୋର୍ଦ୍ଧାରେ ୭, ମୟୁରଭଞ୍ଜ-ବରଗଡ଼-ବାଲେଶ୍ୱର-ସୁନ୍ଦରଗଡ଼ରେ ୬ଜଣ ଲେଖା, କଟକରେ ୫, ପୁରୀ-ଦେବଗଡ଼ରେ ୪ଜଣ ଲେଖା, କେନ୍ଦୁଝରରେ ୩, ମାଲକାନଗିରି-ଢେଙ୍କାନାଳ-ସମ୍ବଲପୁରରେ ଜଣେ ଲେଖା ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here