Spread the love

କଟକ : ମଙ୍ଗଳବାର ଗୋଟିଏ ଦିନରେ ୩୧ ଜଣ ଲୋକାଲ ବା ସ୍ଥାନୀୟ ଲୋକଭାବେ ନୂଆ କରୋନା ସଂକ୍ରମିତ ଜଣାପଡ଼ିବା ପରେ ଏହା ଗୋଷ୍ଠି ସଂକ୍ରମଣ ଆରମ୍ଭ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ମୋଟ ୧୪୧ଜଣ ମଙ୍ଗଳବାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଓ ସେମାନଙ୍କ ମଧ୍ୟର ୩୧ଜଣ ସ୍ଥାନୀୟ ଲୋକ ରହିଥିବା ବେଳେ ସେମାନଙ୍କର କୌଣସି ଭ୍ରମଣ ଇତିହାସ ନାହିଁ ବୋଲି ଜଣା ପଡ଼ିଛି । ଅମଶିଷ୍ଠ ସମସ୍ତ ରୋଗୀ ବିଭିନ୍ନ କ୍ୱାରଣ୍ଟାଇନ ସେଣ୍ଟରରେ ରହୁଛନ୍ତି ଓ ସେମାନେ ପ୍ରବାସୀ । ରାଜ୍ୟରେ ଏବେ ମୋଟ ୪ହଜାର ରୋଗୀଙ୍କର ପ୍ରତିଦିନ ପରୀକ୍ଷା ହେଉଥିବା ବେଳେ ଲକ୍ଷାଧିକ ଶ୍ରମିକ ଓଡ଼ିଶାକୁ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଅଦିକାଂଶ ଲୁଚି ଲୁଚି ଘରକୁ ପଳାଇଥିବା ବେଳେ ଆଉ କେତେକ କ୍ୱାରଣ୍ଟାଇନ ହୋମରୁ ପଳାଇ ଯିବାର ଘଟଣା ଗତ କିଛି ଦିନ ତଳେ ଚହଳ ସୃଷ୍ଟି କରିଥିଲା । ସବୁଠାରୁ ଗୁରୁ୍ତ୍ୱପୂର୍ଣ୍ଣ କଥା ହେଉଛି କେତେକ ଲୋକଙ୍କଠାରେ ଲକ୍ଷଣ ପ୍ରକାଶ ପାଉନଥିବା ବେଳେ ଗୋଷ୍ଠି ସଂକ୍ରମଣର ସମ୍ଭାବନା ସର୍ବାଧିକ ଥିବା ବିଶେଷଜ୍ଞମାନେ କହିଛନ୍ତି । ଅନ୍ୟପକ୍ଷରେ ୧୧ଟି ଜିଲ୍ଲାରେ ସର୍ବାଧିକ କରୋନା ରୋଗୀ ଦେଖା ଦେଇଥିବା ବେଳେ ସପ୍ତାହକୁ ୨ ଦିନ ସଟ ଡାଉନ କି ଉଦେ୍ଦଶ୍ୱରେ କରା ଗଲା ତାହା ସରକାର ସଠିକ ଭାବେ ଲୋକଙ୍କୁ ବୁଝାଇପାରୁ ନାହାନ୍ତି । ତେବେ ଶନିବାର ଓ ରବିବାର ଲୋକେ ଅଧିକ ସମୟ ପାଇଥାନ୍ତି ଓ ଏହି ଦୁଇ ଦିନ କିଣାବିକା ପାଇଁ ବଜାରକୁ ଯାଇଥାନ୍ତି । କେବଳ ଏହି ଦୁଇ ଦିନ ସଟ୍ ଡାଉନ କଲେ ଗୋଷ୍ଠି ସଂକ୍ରମଣର ସମ୍ଭାବନାକୁ ଏଡା ଯାଇ ପାରିବ ବୋଲି ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଫିସର କହିଛନ୍ତି । ତେବେ ଯେଉଁ ଲୋକାଲ କରୋନା ସଂକ୍ରମଣ ରୋଗୀ ନୂଆକରି ଚିହ୍ନଟ ହେଉଛନ୍ତି ସେମାନଙ୍କ ସଂପର୍କରେ ସରକାର ଏବେ ନିରବ ରହୁଛନ୍ତି । ଏଥିରୁ ରାଜ୍ୟରେ ଗୋଷ୍ଠି ସଂକ୍ରମଣର ଆରମ୍ଭ ହେଉଥିବା ଜଣାପଡ଼ିଛି । ଅଧିକାଂଶ ସଂକ୍ରମିତ ସଙ୍ଗରୋଧ କେନ୍ଦ୍ରରୁ ବାହାରୁଥିବାରୁ ଏଥିରେ ଭୟଭୀତ ହେବାର ନାହିଁ ବୋଲି ରାଜ୍ୟ ସରକାର ସଫେଇ ଦେଉଥିଲେ ମଧ୍ୟ ଜୁନ ଶେଷ ସୁଦ୍ଧା ପରିସ୍ଥିତି ଭୟାଭୟ ହେବା ନିଶ୍ଚିତ ବୋଲି ସ୍ୱାସ୍ଥ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here