Spread the love

ଭୁବନେଶ୍ୱର
ରାଜ୍ୟରେ ଗୁରୁବାର ନୂଆ ୭୩ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରେ ଖୋର୍ଧାର ୩ ଜଣ(ସୁରତରୁୁ ଫେରି କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ) ଜଣ, ଗଞ୍ଜାମର ୪୨(ସୁରତ ଫେରନ୍ତା),ଭଦ୍ରକର ୯(୫ ସୁରତ, ୩ ପଶ୍ଚିମବଙ୍ଗ ଏବଂ ଜଣେ କର୍ଣାଟକ ଫେରନ୍ତା), ଯାଜପୁରର ୧୭(ପଶ୍ଚିମବଙ୍ଗ ଫେରନ୍ତା) ଏବଂ ସୁନ୍ଦରଗଡର ୨ ଜଣ( କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ) ସାମିଲ ଅଛନ୍ତି । ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷର ସୂଚନା ଦେଇଛନ୍ତି । ଏହି ନୂତନ ଆକ୍ରାନ୍ତଙ୍କ ସହିତ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁୁ ୪୬୫ ଜଣ ଚିକିତ୍ସିତ ହେଉଥିବାବେଳେ ୧୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଏଥିରେ ଆକ୍ରାନ୍ତ ହୋଇ ୩ ଜଣ ମୃତ୍ୟୁବରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here