Spread the love

ଭୁବନେଶ୍ୱର: ଓଡିଶାରେ ମହାମାରୀ କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି । ଏହି କ୍ରମରେ ସୋମବାର ଆଉ ୧୪ ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରାଉରକେଲାର ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣେ ବ୍ୟକ୍ତି ସାମିଲ ଅଛନ୍ତି । ଏହା ସହିତ କେନ୍ଦ୍ରାପଡାର ଜଣେ ଏବଂ ଗଞ୍ଜାମର ୧୨ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏମାନେ ସମସ୍ତେ ସୁରତରୁ ଫେରି କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି । ଏହି ନୂତନ ଆକ୍ରାନ୍ତଙ୍କ ସହ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩୯୧ରେ ପହଞ୍ଚିଯାଇଛି । ତେବେ ବର୍ତ୍ତମାନ ୩୨୦ଟି ସକ୍ରିୟ ମାମଲା ରହିଥିବାବେଳେ ୩ ଜଣ ଲୋକଙ୍କର ଏଥିରେ ମୃତ୍ୟୁବରଣ କରିଛନ୍ତିି । ଏହା ସହିତ ୬୮ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ଗଞ୍ଜାମର ୧୩୭, ଯାଜପୁରର ୬୦, ଖୋର୍ଧାର ୫୦, ବାଲେଶ୍ୱରର ୪୨, ଭଦ୍ରକର ୩୧,ଅନୁଗୁଳର ୧୫, ସୁନ୍ଦରଗଡର ୧୪, କେନ୍ଦ୍ରାପଡାର ୯ ଏବଂ ମୟୁରଭଞ୍ଜର ୮ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here