1205778418
Spread the love

ଭୁବନେଶ୍ୱର :ର।ଜ୍ୟରେ ଶୁକ୍ରବାର ଆଉ ୨୬ ଜଣ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଗଞ୍ଜାମର ୧୮ରୁ ୫୮ ବର୍ଷ ବୟସର ୧୯ ଜଣ, ଭଦ୍ରକର ୨୧ ଏବଂ ୪୧ ବର୍ଷର ୨ ଜଣ ଏବଂ କେନ୍ଦ୍ରାପଡାର ୨୭, ୩୧,୩୨,୩୩ ଏବଂ ୩୫ ବର୍ଷ ବୟସର ୫ ଜଣ ଲୋକ ସାମିଲ ଅଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ସୁରତରୁ ଫେରିଥିବାବେଳେ ଗଞ୍ଜାମର ଜଣେ କେରଳରୁ ଫେରିଛନ୍ତି । ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତିା ଏହି ନୂତନ ଆକ୍ରାନ୍ତଙ୍କ ସହିତ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୪୫ରେ ପହଞ୍ଚି ଯାଇଛି । ଏମାନଙ୍କ ମଧ୍ୟରୁ ୧୮୧ ଜଣ ଚିକିତ୍ସାଧୀନ ଥିବାବେଳେ ୬୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଏଥିରେ ଆକ୍ରାନ୍ତ ହୋଇ ୨ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ସୂଚନାଯୋଗ୍ୟ ଯେ ଏବେ ସୁଦ୍ଧା ୫୨୯୭୪ ଜଣଙ୍କ ସ୍ୱାବ ନମୁନା ପରୀକ୍ଷା କରାଯାଇଛି ।

LEAVE A REPLY

Please enter your comment!
Please enter your name here