Spread the love

ଭୁବନେଶ୍ୱର: ରାଜ୍ୟରେ ରବିବାର ଆଉ ୫ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଫଳରେ ମୋଟ ସଂଖ୍ୟା ୧୬୨ରେ ପହଞ୍ଚିଛି । ସୋମବାର ୨ଜଣ ସୁରତ ଫେରନ୍ତାଙ୍କ ସହ ବାଲେଶ୍ୱରରେ ଜଣେ ପଶ୍ଚିମବଙ୍ଗ ଫେରନ୍ତା ଓ ବଲାଙ୍ଗିରର ଜଣେ ମହିଳା କରୋନା ସଂକ୍ରମିତଙ୍କ ନମୁନାର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସମସ୍ତେ ଏଥିରେ ଆକ୍ରାନ୍ତ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପଞ୍ଚମ ଆକ୍ରାନ୍ତ ଜଣକ କେନ୍ଦୁଝର ଜିଲ୍ଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାଫଳରେ କେନ୍ଦୁଝର ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଦୁଇରେ ପହଞ୍ଚିଛି। ଆକ୍ରାନ୍ତଯୁବକଙ୍କ ଘର ହାଟଡିହିରେ ଓ ବୟସ ୩୦ ବର୍ଷ ବୋଲି ଜଣାଯାଇଛି। ତାଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳି ନଥିଲା। ଏହାଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୨କୁ ବୃଦ୍ଧି ପାଇଛି। ବର୍ତ୍ତମାନ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୫ ଥିବା ବେଳେ, ୫୬ ଜଣ ସୁସ୍ଥ ହୋଇଛନ୍ତି । ଏଯାବତ୍ ରାଜ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ଏଯାବତ ୩୮,୬୫୮ ନମୁନା ପରୀକ୍ଷା ହୋଇଛି। ଶନିବାର ୨୦,୬୫ଟି ନମୁନା ପରୀକ୍ଷା ହୋଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here