Spread the love

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୭୫ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ ଏବଂ କୋରାପଟରୁ ୨ ଜଣ ଲେଖାଏଁ, ଯାଜପୁର ୭, ଖୋର୍ଦ୍ଧା ଏବଂ ସୁନ୍ଦରଗଡରୁ ୧୮ ଲେଖାଏଁ, ନୟାଗଡ଼ ୪, କଟକ ୫, ବଲାଙ୍ଗୀର ୫,ସୋନପୁର ଏବଂ କେନ୍ଦ୍ରାପଡ଼ା ରୁ ୩ ଲେଖାଏଁ, କେନ୍ଦୁଝର, ଗଞ୍ଜାମ,ପୁରୀ, ନୂଆପଡ଼ାରୁ ଜଣେ ଲେଖାଏଁ, ସାମିଲ ଅଛନ୍ତି । ସେମାନଙ୍କ ମଧ୍ୟରୁ ୭୨ ଜଣଙ୍କୁ ସଂଗରୋଧ କେନ୍ଦ୍ରରୁ ଏବଂ ୩ ଜଣଙ୍କୁ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ କରାଯାଇଛି । ଏବେ ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୨୮୫୬ରେ ପହଞ୍ଚି ଥିବାବେଳେ ୧୭୧୬ ଜଣ ସୁସ୍ଥ ହେଲେଣି ।ବର୍ତ୍ତମାନ ୧୧୨୯ଟି ମାମଲା ସକ୍ରିୟ ଥିବାବେଳେ ୮ ଜଣଙ୍କର ଏଥିରେ ମୃତ୍ୟୁ ହୋଇଛି । ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here