Spread the love

ଭୁବନେଶ୍ୱର
ଚୀନର ଉହାନରୁ ସାରା ବିଶ୍ୱକୁ ବ୍ୟାପିଥିବା ମହାମାରୀ କରୋନା ଭାଇରସର ପ୍ରକୋର ଓଡିଶାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଥିରେ ଶୁକ୍ରବାର ପୁଣି ୮୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮୦ ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ଏହି ନୂତନ ଆକ୍ରାନ୍ତଙ୍କ ସହ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୧୦୩ରେ ପହଞ୍ଚିଯାଇଛି । ସେମାନଙ୍କ ମଧ୍ୟରୁ ୩୯୩ ଜଣ ସୁସ୍ଥ ହୋଇଥିବବେଳେ ୭ ଜଣ ମୃତ୍ୟୁବରଣ କରିଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରର ୪୬,କଟକରୁ ୧୧, ନୟାଗଡରୁ ୬, ଗଞ୍ଜାମରୁ ୫,ବାଲେଶ୍ୱର,ଭଦ୍ରକ, କେନ୍ଦୁଝର, ଖୋର୍ଧା,ପୁରୀରୁ ୩ ଜଣ ଲେଖାଏଁ,ବଲାଙ୍ଗୀରରୁ ୨ ଜଣ ଏବଂ ସୁନ୍ଦରଗଡର ଜଣେ ସାମିଲ ଅଛନ୍ତି । ସ୍ୱସ୍ଥ୍‌୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here