Spread the love

ଭୁବନେଶ୍ୱର : ରବିବାରଠାରୁ ରାଜ୍ୟ ସରକାର ସଙ୍ଗରୋଧ ନିୟମରେ ସଂଶୋଧନ କରିଛନ୍ତି । ଏଣିକି ୨୧ ଦିନ ବଦଳରେ ବାହାର ରାଜ୍ୟରୁ ଆସୁଥିବା ଶ୍ରମିକମାନେ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ରହିବେ । ତେବେ ଲକ୍ଷଣ ପ୍ରକାଶ ହେଉନଥିବା ଲୋକଙ୍କୁ ୭ ଦିନ ପରେ ଘରକୁ ଯାଇପାରିବେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ରବିବାର ସୂଚନା ଦେଇଛନ୍ତି । ସେହିଭଳି ଯେଉଁମାନେ ବ୍ୟବସାୟୀ କିମ୍ବା ପ୍ରଫେସନାଲ ସେମାନେ ରାଜ୍ୟ ବାହାରକୁ ଯାଇ ୩ ଦିନ ମଧ୍ୟରେ ଫେରିଲେ କୌଣସି ପ୍ରକାର ସଙ୍ଗରୋଧରେ ରଖାଯିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି । ସରକାର ଏକ ରକମ ଆଉ କୌଣସି ପ୍ରକାର କଟକଣା ଜାରି କରିବା ଲାଗି ଚାହୁଁ ନଥିବା ଏହି ସବୁ କଥାରୁ ସଙ୍କେତ ମିଳୁଥିବା ସାଧାରଣ ଲୋକେ ଅନୁମାନ କରୁଛନ୍ତି । ତେବେ ଯେଉଁମାନେ ବାହାର ଦେଶରୁ ଆସିବେ ସେମାନେ ୭ଦିନ ବ୍ୟକ୍ତିଗତ ଖର୍ଚ୍ଚରେ ସଂଙ୍ଗରୋଧରେ ରହିବା ସହ ଆଉ ୭ଦିନ ଘରୋଇ ସଙ୍ଗରୋଧରେ ରହିବେ ।

LEAVE A REPLY

Please enter your comment!
Please enter your name here