Spread the love

ଭୁବନେଶ୍ୱର: ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟରେ ଆଉ ୪ ହଜାର ଶଯ୍ୟା କୋଭିଡ଼-୧୯ ଆକ୍ରାନ୍ତଙ୍କ ଲାଗି ବଢ଼ିବ ବୋଲି ରାଜ୍ୟ ସରକାର ନିଷ୍ପତ୍ଥି ନେଇଛନ୍ତି । ରାଜ୍ୟରେ ଏବେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ଯେତିକି ଶଯ୍ୟା ସେମାନଙ୍କ ଚିକିତ୍ସା ଲାଗି ରହିଛି ତାହା ଆଗକୁ ପର୍ଯ୍ୟାପ୍ତ ହେବ ନାହିଁ ବୋଲି ସନ୍ଦେହ ସୃଷ୍ଟି ହୋଇଛି । ସେଥିଲାଗି ଗୁରୁବାର ଅନୁଷ୍ଠିତ ବୈଠକରେ ତୁରନ୍ତ ଶଯ୍ୟା ବଢ଼ାଇବା ସହ ଏଣିକି ପ୍ରବାସରୁ ଆସୁଥିବା ଶ୍ରମିକମାନଙ୍କର ପରୀକ୍ଷା କରାଯିବା ପରେ ଘରେ ରହିବା ଲାଗି ଛଡ଼ା ଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି । ବିଶେଷ କରି ସମସ୍ତ ମହିଳା, ଗର୍ଭବତୀ ଓ ପିଲାମାନଙ୍କର ଏଥର ପରୀକ୍ଷା କୋଭିଡ଼-୧୯ ପରୀକ୍ଷା ହେବ ।

LEAVE A REPLY

Please enter your comment!
Please enter your name here