Spread the love

ଭୁବନେଶ୍ୱର
ରାଜ୍ୟରେ ଆଜି ଆଉ ୧୭୩ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଯାଜପୁର ୧୯, ଖୋର୍ଦ୍ଧା ୯, ଝାରସୁଗୁଡ଼ାର ଜଣେ, ନୟାଗଡ଼ ୭, କଟକ ୧୩, ଭଦ୍ରକ ୪, ମୟୂରଭଞ୍ଜ ୧୩, କଳାହାଣ୍ଡି ୨, ଗଞ୍ଜାମ ୬୪, ଗଜପତି ୧୦, ବଲାଙ୍ଗୀର ଏବଂ ବାଲେଶ୍ବର ୧୧ ଲେଖାଏଁ, ନୂଆପଡ଼ା ୮, ପୁରୀରୁ ଜଣେ ସାମିଲ ଅଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ୨୭୮୧ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଏବେ ୧୧୬୭ଟି ମାମଲା ସକ୍ରିୟ ଥିବାବେଳେ ୧୬୦୪ ଜଣ ସୁସ୍ଥ ହେଲେଣି ।ଆଜି ୧୫୦ ଜଣଙ୍କୁ ସଂଗରୋଧ କେନ୍ଦ୍ରରୁ ଏବଂ ୨୩ ଜଣଙ୍କୁ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here