Spread the love

ଭୁବନେଶ୍ୱର
ରାଜ୍ୟରେ ଆଉ ୪୮ ଜଣ ଲୋକ ସୋମବାର ବିପଜ୍ଜନକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କେନ୍ଦ୍ରାପଡାର ୩(ପଶ୍ଚିମବଙ୍ଗ ଫେରନ୍ତା), ଖୋର୍ଧାର ଜଣେ(ସୁରତ ଫେରନ୍ତା), କଟକର ଜଣେ( ମହାରଷ୍ଟ୍ର ଫେରନ୍ତା), ବୌଦ୍ଧର ଜଣେ (ସୁରତ ଫେରନ୍ତା), ବଲାଙ୍ଗୀରର ୨ (ସୁରତ ଫେରନ୍ତା) ନୟାଗଡର ୩(ଅହମଦାବାଦ ଫେରନ୍ତା), କନ୍ଧମାଳର ୨( ତାମିଲନାଡୁ ଫେରନ୍ତା), ଯାଜପୁରର ୧୬(ପଶ୍ଚିମବଙ୍ଗରୁ ୭, ତେଲେଙ୍ଗାନାରୁ ଜଣେ, ଆନ୍ଧ୍ରପ୍ରଦେଶରୁ ୪ ଏବଂ ଅହମଦାବାଦ ୪ ଜଣ ଫେରିଛନ୍ତି) ସାମିଲ ଅଛନ୍ତି । ଏମାନେ ସମସ୍ତେ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ସେହିପରି ଗଞ୍ଜାମର ୧୫ ଜଣଙ୍କ ମଧ୍ୟରୁ ୧୪ ଜଣ କ୍ୱାରେଣ୍ଟାଇନ(ସୁରତ ଫେରନ୍ତା) ସେଣ୍ଟରରେ ଥିଲେ ଏବଂ ଆଉ ଜଣେ ବେଙ୍ଗାଲୁରୁରୁ ଫେରିଥିଲେ । ଏହା ସହିତ ପୁରୀର ମଧ୍ୟ ୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତାମିଲନାଡୁର ୨ ଏବଂ ଜଣେ ଆନ୍ଧ୍ରପ୍ରଦେଶରୁ ଫେରି କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ସେହିପରି ଅନ୍‌୍ୟ ଜଣେ ଲୋକାଲ କଣ୍ଟାକ୍ଟଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି । ଏହି ନୂଆ ମାମଲା ସହ ରାଜ୍ୟରେ କରୋନା ରୋଗଙ୍କ ସଂଖ୍ୟା ୮୭୬ରେ ପହଞ୍ଚି ଯାଇଥିବାବେଳେ ୬୫୨ଟି ମାମଲା ସକ୍ରିୟ ରହିଛି । ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପ କ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here