Spread the love

ଭୁବନେଶ୍ୱର
ରାଜ୍ୟରେ ପୁଣି ୬୫ ଜଣ ମହମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କେନ୍ଦ୍ରାପଡାର ୪,ମୟୁରଭଞ୍ଜର ୨,ନୟାଗଡର ୨ ଜଣ ସାମିଲ ଅଛନ୍ତି । ଏମାନେ ସମସ୍ତେ ସୁରତରୁ ଫେରି କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ଏହା ସହିତ ଗଞ୍ଜାମର ୧୩(୧୨ ସୁରତ ଫେରନ୍ତା ଏବଂ ଜଣେ ହୋମ କ୍ୱାରେଣ୍ଟାଇନ), କଟକର ୬(ଅହମଦାବାଦ ଫେରନ୍ତା), ପୁରୀର ୪(ପଶ୍ଚିମବଙ୍ଗ ଫେରନ୍ତା),ଖୋର୍ଧାର ୩( ଜଣେ ପଶ୍ଚିମବଙ୍ଗ, ଜଣେ ସୁରତ ଏବଂ ଜଣେ ହୋମ କ୍ୱାରେଣ୍ଟାଇନ), ଯାଜପୁରର ୩୧( ୩୦ ପଶ୍ଚିମବଙ୍ଗ ଏବଂ ଜଣେ ଝାଡଖଣ୍ଟ ଫେରନ୍ତା) କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନେ ସମସ୍ତେ ବାହାର ରାଜ୍ୟରୁ ଆସି କ୍ୱାରେଣ୍ଟଣ୍ଟାଇନ ସେଣ୍ଟରରେ ଥିଲେ । ଏହି ନୂତନ ଆକ୍ରାନ୍ତଙ୍କ ସହିତ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୭୩୭ରେ ପହଞ୍ଚିଯାଇଛି । ତେବେ ବର୍ତ୍ତମାନ ୫୬୮ଟି ମାମଲା ସକ୍ରିୟ ରହିଥିବାବେଳେ ୧୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here