Spread the love

ଭୁବନେଶ୍ୱର: କରୋନା ସଂକ୍ରମଣ ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ୧୮ ଜିଲ୍ଲା କରୋନା କବଳିତ ହୋଇସାରିଲାଣି । ଶୁକ୍ରବାର ସୁଦ୍ଧା ରାଜ୍ୟରେ ୨୪୫ ଜଣ କରୋନା ସଂକ୍ରମିତ ହୋଇଥିଲା ବେଳେ ୬୩ ଜଣ ସୁସ୍ଥ ହୋଇଛନ୍ତି ଓ ୨ଜଣଙ୍କର ମୃତୁ୍ୟ ହୋଇଛି । ବର୍ତ୍ତମାନ ରାଜ୍ୟରେ ୧୮୦ ଜଣ ସକ୍ରୀୟ କରୋନା ରୋଗୀ ଅଛନ୍ତି । ତେବେ ରୋଗୀଙ୍କ ତଥ୍ୟ ସମୀକ୍ଷା କରିବାରେ ଜଣାପଡ଼ିଛି ଯେ ରାଜ୍ୟରେ ୧୫-୪୦ ବର୍ଷ ମଧ୍ୟରେ ସର୍ବାଧିକ ରୋଗୀ ଅଛନ୍ତି ।
୦-୧୪ ବର୍ଷ ମଧ୍ୟରେ ୧୩ ଜଣ ରୋଗୀ ଥିଲା ବେଳେ ୧୫-୪୦ ବର୍ଷ ମଧ୍ୟରେ ସର୍ବାଧିକ ୧୩୫, ୪୧-୬୦ ବର୍ଷ ମଧ୍ୟରେ ୭୩ ଓ ୬୦ ବର୍ଷରୁ ଅଧିକ ବୟସର ୨୪ ଜଣ ରୋଗୀ ଅଛନ୍ତି । ଅନ୍ତର୍ଜାତୀୟ ଓ ଜାତୀୟ କରୋନା ରୋଗୀଙ୍କ ତଥ୍ୟ କହୁଛି ଯେ ୬୦ରୁ ଅଧିକ ବର୍ଷୀୟ ବ୍ୟକ୍ତିବିଶେଷ କରୋନାରେ ଆକ୍ରାନ୍ତ ହେବା ସମ୍ଭାବନା ଅଧିକ । ମାତ୍ର ଓଡ଼ିଶାର ଧାରା ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କୁ ଚିନ୍ତାରେ ପକାଇଛି । ରାଜ୍ୟରେ ବୟସ୍କ ବ୍ୟକ୍ତି ଅଧିକ ସଂଖ୍ୟାରେ ସଂକ୍ରମିତ ହୋଇନଥିବାରୁ ମୃତୁ୍ୟ ହାର କମ ରହିଛି ବୋଲି ମଧ୍ୟ ଆକଳନ କରାଯାଉଛି । ମାତ୍ର କମ ବୟସ୍କ ସଂକ୍ରମିତଙ୍କ ଶରୀରରେ କରୋନାର କୌଣସି ଳକ୍ଷଣ ଦେଖାଯାଉନଥିବା ମଧ୍ୟ ଚିନ୍ତାର କାରଣ ହୋଇଛି ।

LEAVE A REPLY

Please enter your comment!
Please enter your name here