Spread the love

ନୂଆଦିଲ୍ଲୀ
ଭାରତର ଉଚ୍ଚ ସଦନ ରାଜ୍ୟସଭାର ସଚିବାଳୟରେ କାର୍ଯ୍ୟ କରୁଥିବା ଜଣେ ଅଫିସର ଶୁକ୍ରବାର କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଏହା ସହିତ ତାଙ୍କ ପତ୍ନୀ ଏବଂ ପିଲା ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏହା ଜଣାପଡିବା ପରେ ସଂସଦର ଦୁଇଟି ଫ୍ଲୋରକୁ ସିଲ କରିବା ସହ ସାନିଟାଇଜ କରାଯାଇଛି ଏବଂ ତାଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି । ଏହି ଅଫିସର ପାର୍ଲାମେଣ୍ଟ ହାଉସ ଆନେକ୍ସ ବିଲ୍ଡିଂର ପ୍ରଥମ ମହଲାରେ କାର୍ଯ୍ୟ କରୁଥିଲେ । ସେ କାଲି ମଧ୍ୟ ଅଫିସ ଆସିଥିଲେ । ଏହା ପୂର୍ବରୁ ସଂସଦର ଆଉ ୩ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ ।ଏହି ଘଟଣା ଜଣାପଡିବା ପରେ ସ୍କ୍ରିନିଂ କରି କର୍ମଚାରୀଙ୍କ ସଂସଦ ଭବନକୁ ଛଡାଯାଉଛି ଏବଂ ସେମାନଙ୍କ ଗାଡିକୁ ସାନିଟାଇଜ କରାଯାଉଛି ।

LEAVE A REPLY

Please enter your comment!
Please enter your name here