Spread the love

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହାୟକ ଭାବେ କାର୍ଯ୍ୟ କରୁଥିବା ସେନାର ଜଣେ କର୍ମଚାରୀ ବିପଜ୍ଜନକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଗୁରୁବାର ହ୍ୱାଇଟ ହାଉସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ ପରେ ଟ୍ରମ୍ପ ଏବଂ ଉପରଷ୍ଟ୍ରପତି ମାଇକ ପେନ୍ସଙ୍କର ମଧ୍ୟ କରୋନା ପରୀକ୍ଷା କରାଯାଇଥିଲା । ତେବେ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଛି ଏବଂ ଉଭୟେ ସୁସ୍ଥ ଅଛନ୍ତି । ଏହି ସହାୟକ ଜଣଙ୍କ ଟ୍ରମ୍ପଙ୍କ ସହିତ ତ।ଙ୍କ ପରିବାରର ମଧ୍ୟ ଘନିଷ୍ଠ ଥିଲେ । ଏହି ଘଟଣା ପରେ ଟ୍ରମ୍ପଙ୍କ ସୁରକ୍ଷା ପାଇଁ ହ୍ୱାଇଟ ହାଉସ ପକ୍ଷରୁ ଜରୁରୀ ପଦକ୍ଷେପ ଗ୍ରହଣ କରଯାଉଛି । ସୂଚନାଯୋଗ୍ୟ ଯେ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା କରୋନାରେ ଆକ୍ରାନ୍ତ ହୋଇ ଆମେରିକାର ୭୬,୯୩୮ ଜଣ ମୃତ୍ୟୁବରଣ କରିଥିବାବେଳେ ୧୨,୯୨,୮୫୦ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏହା ସହିତ ୨,୧୭,୨୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୧୬,୯୯୫ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି ।

LEAVE A REPLY

Please enter your comment!
Please enter your name here