Spread the love

ମୁମ୍ବାଇ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ବିହାର କୋର୍ଟରେ ଆଜି ତାଙ୍କ ବାନ୍ଧବୀ ରେହା ଚକ୍ରବର୍ତ୍ତୀଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ମାମଲା ରୁଜୁ ହୋଇଛି । ମୁଜାଫରପୁରର ପଟାହି ଅଞ୍ଚଳର ବାସିନ୍ଦା କୁନ୍ଦନ କୁମାର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମୁକେଶ କୁମାରଙ୍କ କୋର୍ଟରେ ଅଭିଯୋଗ କରିଛନ୍ତି। ଜୁନ୍ ୨୪ରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡିଛି। ତାଙ୍କ ଅଭିଯୋଗରେ ଅନୁସାରେ, ରେହା ସୁଶାନ୍ତଙ୍କୁ ଆର୍ଥିକ ତଥା ମାନସିକ ଶୋଷଣ କରିଛନ୍ତି। ଯଦ୍ବାରା ରେହା ତାଙ୍କ ନିଜ ଫିଲ୍ମ କ୍ୟାରିୟରକୁ ସୁରକ୍ଷିତ ରଖିବା ସହ ମନ୍ଦ ଉଦ୍ଦେଶ୍ୟ ପୂରଣ କରିବାରେ ସକ୍ଷମ ହୋଇଛନ୍ତି । ସେଥିଲାଗି ତାଙ୍କ ବିରୋଧରେ ଆଇପିସି ଧାରା ୩୦୬ (ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବା)  ଓ ୪୨୦ (ଠକେଇ) ଅଭିଯୋଗ ହୋଇଥିବା କୁମାରଙ୍କ ଓକିଲ କମଲେଶ କହିଛନ୍ତି।

LEAVE A REPLY

Please enter your comment!
Please enter your name here