Spread the love

ଜୟପୁର : ସଙ୍ଗରୋଧରେ ଘରେ ଥିବା କୋରାପୁଟ ଜିଲ୍ଲା ଜୟପୁର ସହରର ଜଣେ ବ୍ୟକ୍ତିଙ୍କ କରୋନା ରିପୋର୍ଟ ପଜେଟିଭ ଆସିବା ପରେ ସଂପୃକ୍ତ ବ୍ୟକ୍ତି ଫେରାର ହୋଇ ଯାଇଛନ୍ତି । ସଂପୃକ୍ତ ବ୍ୟକ୍ତିଜଣକ ବିଶାଖାପାଟଣା ଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ସଙ୍ଗରୋଧରେ ରହିଥିବା ବ୍ୟକ୍ତି କିଭଳି ବାହାରକୁ ଗଲେ ସେନେଇ ତଦନ୍ତ କରିବା ପାଇଁ ସେଠାକାର ବିଧାୟକ ତାରାପ୍ରସାଦ ବାହିନୀପତି । ସଂପୃ୍କ୍ତ ବ୍ୟକ୍ତି ନିଜର ପରିବାର ସହ ବିଶାଖାପାଟଣା ଯାଇଥିବା ଜଣାପଡ଼ିବା ପରେ ସେଠାରେ ତାଙ୍କୁ ତୁରନ୍ତ ଚିକିତ୍ସା ଲାଗି ଭର୍ତ୍ତି କରିବା ସହ ତାଙ୍କ ପରିବାରକୁ ସଙ୍ଗରୋଧ କେନ୍ଦ୍ରରେ ବନ୍ଦ କରିବା ପାଇଁ ସେ ପ୍ରଶାସନ ନିକଟରେ ଦାବି କରିଛନ୍ତି । ରୋଗୀ ଛୁ ମାରିବା ଘଟଣା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନର ନିଦ ହଜି ଯାଇଛି ।

LEAVE A REPLY

Please enter your comment!
Please enter your name here