Spread the love

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠସ୍ଥ ଗୋପାଳପୁର ରେଳ ଓଭରବ୍ରିଜ ତଳ ରେଳ ଧାରଣାରୁ ଜଣେ ଅବସରପ୍ରାପ୍ତ ଡିଏସପିଙ୍କ ପତ୍ନୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି । ସେ କିପରି ମୃତ୍ୟୁବରଣ କଲେ ତାହା ଜଣାପଡ଼ିନାହିଁ । ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଓଡ଼ିଶା ପୋଲିସରେ କାର୍ଯ୍ୟ କରୁଥିଲେ ଓ ଗଜପତିରୁ ଡିଏସପି ଭାବେ ଅବସର ଗ୍ରହଣ କରିଥିଲେ । ପତିପତ୍ନୀ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଡ଼ାସିଂରେ ରହୁଥିଲେ । ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here