Spread the love

ନୂଆଦିଲ୍ଲୀ :ଲକଡାଉନର ପଞ୍ଚମ ପର୍ଯ୍ୟୟର ପ୍ରଥମ ଦିନରେ ସାଧାରଣ ଜନତାଙ୍କ ଉପରେ ଭାର ପଡିବା ଆରମ୍ଭ ହୋଇଯାଇଛି । ଆଜି ରୋଷଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ଏଲପିଜି ଦର ବୃଦ୍ଧି କାରଣରୁ ଭାରତରେ ମଧ୍ୟ ଗ୍ୟାସ ମୂଲ୍ୟ ବଢିଛି । ଦିଲ୍ଲୀରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ଅଣସବସିଡି ଯୁକ୍ତ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୧.୫୦ ଟଙ୍କା ବୃଦ୍ଧି ପାଇଛି । ଇଣ୍ଡିଆନ ଅଏଲ ୱେବସାଇଟରେ ଏହି ସୂଚନା ଦିଆଯାଇଛି । ଏବେ ଦିଲ୍ଲୀରେ ଅଣ ସବସିିଡି ଯୁକ୍ତ ସିଲିଣ୍ଡରର ଦାମ ଏବେ ୫୯୩ ରହିଛି । ପୂର୍ବରୁ ଏହା ୫୮୧.୫୦ ଟଙ୍କା ଥିଲା । ଏବେ ମୁମ୍ବାଇରେ ୫୯୦.୫୦ ଟଙ୍କା, ଚେନ୍ନାଇରେ ୬୦୬.୫୦ ଟଙ୍କା ରହିଛି । ତେବେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ମୂଲ୍ୟ ବୃଦ୍ଧିରେ କୌଣସି ପ୍ରଭାବ ପଡିବ ନାହିଁ ।

LEAVE A REPLY

Please enter your comment!
Please enter your name here