Spread the love

ନୁଆଦିଲ୍ଲୀ : ବିଶ୍ୱ ମହାମାରୀ କରୋନା ପାଇଁ ଭାରତରେ ଲାଗୁ ହୋଇଥିବା ଲକ୍ଡାଉନ୍କୁ ମାସେ ପୁରିଥିଲା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୩,୦୭୭ କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭୧୮ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ର, ଗୁଜୁରାଟ, ଉତ୍ତରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି । କରୋନା ମୁକାବିଲା ପାଇଁ ଭାରତ ପକ୍ଷରୁ ନିଆଯାଇଥିବା ପଦକ୍ଷେପ କୁ ଜାତିସଂଘ ସମେତ ବିଶ୍ୱ ନେତୃବୃନ୍ଦ ପ୍ରଶଂସା କରିଛନ୍ତିି ।
ରାଜଧାନୀ ଦିଲ୍ଲୀରେ କରୋନା ରୋଗୀଙ୍କ ଚିକିସôା ପାଇଁ ଆରମ୍ଭ କରାଯାଇଥିବା ପ୍ଲାଜମା ଥେରାପି ଉସôାହ ଜନକ ଫଳ ପ୍ରଦାନ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି । ଇତି ମଧ୍ୟରେ ଦିଲ୍ଲୀରେ ୩୫ରୁ ଅଧିକ ଡାକ୍ତର,ନର୍ସ, ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡିଛି । ମୁମ୍ବାଇ ରେ ବର୍ତ୍ତମାନ ସୁଦ୍ଧା ୫୦୦ କରୋନା ରୋଗୀ ସୁସ୍ଥ ହୋଇ ଫେରିଥିବା ବେଳେ ୯୩୦ଟି କଣ୍ଟେନ୍ମେଣ୍ଟ ଜୋନ୍ କରାଯାଇଛି । ତାମିଲନାଡୁ ରେ ପ୍ରବାସୀ ଶ୍ରମିକ ଙ୍କ ଦୁର୍ଦ୍ଦଶା ବୃଦ୍ଧି ପାଉଥିବା ବେଳେ କର୍ଣ୍ଣାଟକ ରେ ଲକ୍ଡାଉନ୍ ଅବଧି ୪୦ଦିନ ରେ ପହଞ୍ଚିଛି । ଏଠାରେ ସ୍ୱାସ୍ଥ୍ୟକର୍ମୀ ଙ୍କୁ ଆକ୍ରମଣ କରିବା ଅଭିଯୋଗରେ ମୋଟ ୧୨୧ ଜଣଙ୍କୁ ଗିରଫ କରାଯାଇଛି । ଗୁଜୁରାଟ ର ରାଜଧାନୀ ଅହମ୍ମଦାବାଦ ରେ ମୋଟ ୨୭୧ ଜଣ ମରୋନା ସଂକ୍ରମିତ ଥିବା ବେଳେ ମୋଟ ୪୫ ଜଣ ସୁସ୍ଥ ହୋଇଛନ୍ତି । ଉତ୍ତରପ୍ରଦେଶର ଲକ୍ଷ୍ମୋ ସ୍ଥିତ କିଙ୍ଗ୍ ଜର୍ଜ ମେଡିକାଲ ବିଶ୍ୱବିଦ୍ୟାଳୟ ପକ୍ଷରୁ କରୋନା ପରୀକ୍ଷା ପାଇଁ କ୍ୟାଟ୍ରିଜ୍ ବେସ୍ଡ ନିଉକ୍ଲେୟିକ୍ ଏସିଡ୍ ଆମ୍ପ୍ଲିଫିକେସନ୍ ଟେଷ୍ଟ୍ ଆରମ୍ଭ କରାଯାଇଛି । ତେଲେଙ୍ଗାନାରେ କରୋନା ମୁକାବିଲାରେ ନିୟୋଜିତ ଥିବା ପୋଲିସ୍ କର୍ମଚାରୀ ଏବେ ନାଳ ନର୍ଦ୍ଦମା ସଫାରେ ନିୟୋଜିତ ହୋଇଛନ୍ତି । ପଞ୍ଜାବ, ହରିୟାନାରେ ଲକ୍ଡାଉନ୍ ନିୟମ ଉଲଙ୍ଘନ କରି ୬୦୦ରୁ ଉଦ୍ଧ୍ୱର୍ ଲୋକ କାର୍ଯ୍ୟାନୁଷ୍ଠାନ ର ସମ୍ମୁଖୀନ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here