Spread the love

ନୁଆଦିଲ୍ଲୀ: କରୋନା ଜନିତ ଲକଡାଉନ ଯୋଗୁ ବିଶ୍ୱରେ ସ୍ଥାଣୁ ହୋଇଯାଇଥିବା ଅର୍ଥନୀତିକୁ ଚାଲୁ କରିବା ପାଇଁ ବିଭିନ୍ନ ଦେଶ ଲକଡାଉନ କଟକଣା କୋହଳ କରିବାକୁ ଯୋଜନା କରୁଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏ ନେଇ ଚେତାବନୀ ଜାରି କରିଛି । ଏକାଥରେ ନୁହେଁ ଧିରେଧିରେ କଟକଣା କୋହଳ କରିବାକୁ ହୁ ପରାମର୍ଶ ଦେଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜରୁରୀକାଳୀନ ବିଭାଗର ଶୀର୍ଷ ବିଶେଷଜ୍ଞ ଡକ୍ଟର୍ ମାଇକ୍ ରିୟାନ୍ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସଂକ୍ରମଣର ଦ୍ରୁତ ବିସ୍ତାର ଉପରେ ନିରନ୍ତର ଦୃଷ୍ଟି ରଖି ଦେଶମାନେ ଲକ୍ଡାଉନ୍ କଟକଣା କୋହଳ କରିବା ନିହାତି ଗୁରୁତ୍ବପୂର୍ଣ୍ଣ । ବିଶେଷକରି ସନ୍ଦିଗ୍ଧ ସ୍ଥାନଗୁଡ଼ିକ ଉପରେ ଦୃଷ୍ଟି ରଖାଯିବା ଉଚିତ ।
କରୋନାଭାଇରସ୍ ସଂକ୍ରମଣ ହ୍ର।ସ ପାଇଲେ ମଧ୍ୟ ଲୋକେ ଶାରୀରିକ ଦୁରତା ଓ ପରିମଳ ନିୟମ ଆଦି ମାନିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାଛଡ଼ା ସନ୍ଦିଗ୍ଧମାନଙ୍କର ନମୁନା ପରୀକ୍ଷା ଜାରି ରହିବା ଉଚିତ ବୋଲି ସେ କହିଛନ୍ତି। ଡିସେମ୍ବର ୨୦୧୯ରେ ଚୀନ୍ ସହର ଊହାନ ପ୍ରଥମେ ବାହାରିଥିବା କରୋନା ଭୂତାଣୁର ସୃଷ୍ଟି ପ୍ରାକୃତିକ ଏବଂ ଏ କଥା ବୈଜ୍ଞାନିକମାନେ ପରୀକ୍ଷା କରି ଜାଣି ପାରିଛନ୍ତି ବୋଲି ରିୟାନ୍ କହିଛନ୍ତି ।

LEAVE A REPLY

Please enter your comment!
Please enter your name here