Spread the love

ବେଙ୍ଗାଲୁରୁ: ମଇ ୧୮ରୁ ଆରମ୍ଭ ହେଉଥିବା ଲକଡାଉନ ୪-୦ରେ କର୍ଣ୍ଣାଟକରେ ୪ଟି ରାଜ୍ୟର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଏ ସମ୍ପର୍କରେ ସୁଚନା ଦେଇ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କହିଛନ୍ତି ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡ଼ୁ ଓ କେରଳର ଲୋକ ରାଜ୍ୟରେ ପ୍ରବେଶ କରିପାରିବେ ନାହିଁ । କେବଳ ଉକ୍ତ ରାଜ୍ୟର ଲୋକମାନେ କର୍ଣ୍ଣାଟକ ଦେଇ ଯାତାୟତ କରିପାରିବେ ବୋଲି ସେ କହିଛନ୍ତି । ଦେଶରେ ଉକ୍ତ ୪ଟି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ଥିବାରୁ କର୍ଣ୍ଣାଟକ ଏପରି ନିଷ୍ପତ୍ତି ନେଇଛି ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here