Spread the love

ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟାରେ ପୁଣିଥରେ ଦେଶକୁ ସମ୍ବୋଧନ କରିବେ । ଏନେଇ ପିଏମଓ ପକ୍ଷରୁ ସୂଚନା ଦିଆଯାଇଛି । ମହାମାରୀ କରୋନା ଭାଇରସର ସଂକ୍ରମଣକୁ ରୋକିବା ଲାଗି ଦେଶରେ ଜାରି ତୃତୀୟ ପର୍ଯ୍ୟାୟ ଲକଡାଉନ ମଧ୍ୟରେ ପ୍ରଧାନମନ୍ତ୍ରୀ ବଡ ଘୋଷଣା କରିପାରନ୍ତି । ତୃତୀୟ ପର୍ଯ୍ୟାୟ ଲକଡାଉନ ଅବଧି ଆସନ୍ତା ୧୭ରେ ସମାପ୍ତ ହେବାକୁ ଯାଉଛି । ତେଣ୍ରୁ ଦେଶର କରୋନା ସ୍ଥିତିକୁ ଦେଖି ଏହାକୁ ବଢାଇବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିପାରନ୍ତି । ତେବେ କରୋନା ସଂକ୍ରମଣର ଭୟ ନଥିବା ଅଞ୍ଚଳରେ ଲକଡାଉନ ୪.୦ ଲାଗୁ ହେବ ନାହିଁ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ମୋଦି ଏନେଇ ସୋମବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସ ଯୋଗେ ଆଲୋଚନା କରିଥିଲେ । ଏଥିରେ ମହାରଷ୍ଟ୍ର, ପଞ୍ଜାବ, ତେଲେଙ୍ଗାନା, ପଶ୍ଚିମବଙ୍ଗ , ବିହାର ମୁଖ୍ୟମନ୍ତ୍ରୀ ଲକଡାଉନ ଅବଧି ବୃଦ୍ଧି କରିବାକୁ କହିଛନ୍ତି । କିନ୍ତୁ ସମଗ୍ର ଜିଲ୍ଲା ପରିବର୍ତ୍ତେ କେବଳ କଣ୍ଟେନମେଣ୍ଟ ଅଞ୍ଚଳକୁ ରେଡ ଜୋନ କରିବାକୁ ସେମାନେ ଅନୁରୋଧ କରିଛନ୍ତି । ଏହା ସହିତ ରେଡ ଜୋନ ବ୍ୟତୀତ ଅନ୍ୟ ଅଞ୍ଚଳରେ ବ୍ୟବସାୟ ଆରମ୍ଭ ଲାଗିି ସେମାନେ ମତ ଦେଇଛନ୍ତି । ଏଥିରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ରାଜ୍ୟକୁ କୌଣସି ଟ୍ରେନ ଚଳାଚଳ ନକରିବାକୁ କହିଛନ୍ତି । ତେବେ ଲକଡାଉନ କଟକଣାରରେ ଆବଶ୍ୟକ ସଂଶୋଧନ ନେଇ ଆସନ୍ତ ୧୫ ସୁଦ୍ଧା ମତାମତ ପଠାଇବାକୁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here