Spread the love

ଭୁବନେଶ୍ୱର : ରାଜ୍ୟ ସରକାର ଲକ ଡାଉନ ସତ୍ତ୍ୱେ ସ୍ଥଗିତ ଥିବା ସ୍କୁଲ ଓ କଲେଜଗୁଡିକର ପରୀକ୍ଷା କରିବା ପାଇଁ ନୂତନ ଗାଇଡ ଲାଇନ ଜାରି କରିଛନ୍ତି । ସୂଚନାଯୋଗ୍ୟ ଯେ ରାଜ୍ୟର ସମସ୍ତ ବୈଶୟିକ ଶିକ୍ଷାନୁଷ୍ଠାନ ସହ ସାଧାରଣ କଲେଜ ଓ ସ୍କୁଲଗୁଡ଼ିକରେ ଏଯାଏଁ ବିଭିନ୍ନ ପରୀକ୍ଷା ବାକି ରହିଛି । ଛାତ୍ରଛାତ୍ରୀମାନଙ୍କ ଜୀବନ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇ ଯାଉଥିବା ବେଳେ ସରକାର ଏହାର ସମାଧାନ ବାଟ ବାହାର କରିବାକୁ ଯାଇ ଏଭଳି ପଦକ୍ଷେପ ନେଉଥିବା କୁହାଯାଇଛି । ତେବେ କେଉଁ ପରୀକ୍ଷା କେଉଁ ଦିନ ହେବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ ।

LEAVE A REPLY

Please enter your comment!
Please enter your name here