Spread the love

କଟକ: ଗାଡ଼ି ପଞ୍ଜୀକରଣ ନମ୍ବର ପାଇବାକୁ ଗାଡ଼ି ମାଲିକଙ୍କୁ ଆଉ ସପ୍ତାହେ ଯାଏ ଅପେ୪ା କରିବାକୁ ପଡ଼ିବ ନାହିଁ । ଏଣିକି ମାତ୍ର ଗୋଟିଏ ମିନିଟ୍ରେ ଗାଡ଼ି ନମ୍ବର ମିଳିଯିବ । ଡିଲର୍ ଅନ୍ଲାଇନ୍ରେ ପରିବହନ ବିଭାଗ ୱେବ୍ସାଇଟରେ ଗାଡ଼ିର ସମସ୍ତ କାଗଜପତ୍ର ଓ ଟ୍ୟାକ୍ସ ଦାଖଲ କରିବା ପରେ ଗୋଟିଏ ମିନିଟ୍ ଭିତରେ କମ୍ପୁଟର ଗାଡ଼ି ନମ୍ବର ଜାରି କରିଦେବ । ଏଥିରେ ଆରଟିଓ ଅଧିକାରୀଙ୍କ କୌଣସି ପ୍ରକାର ଭୂମିକା ରହିବ ନାହିଁ । ଗାଡ଼ି ନମ୍ବର ପରି ଲର୍ଣ୍ଣିଂ ଲାଇସେନ୍ସ (ଏଲଏଲ୍) ମଧ୍ୟ ଘରେ ବସି ଗାଡ଼ି ମାଲିକ ପାଇପାରିବେ । ଅଯଥା ଏଲ୍.ଏଲ୍. ପାଇଁ ଆର୍ଟିଓରେ ଭିଡ଼ କରିବାକୁ ପଡ଼ିବ ନାହିଁ । ପରିବହନ କମିସନରଙ୍କ ପକ୍ଷରୁ ଏଭଳି ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ହୋଇଥିବାବେଳେ ଲକଡାଉନ ଉଠିଲା ପରେ ରାଜ୍ୟରେ ଏହି ନୂଆ ନିୟମ କାର୍ଯକାରୀ ହେବ ।

LEAVE A REPLY

Please enter your comment!
Please enter your name here