Spread the love

ନୂଆଦିଲ୍ଲୀ: କରୋନା ସଂକ୍ରମଣର ମୁକାବିଲା ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଶୀର୍ଷରେ ପହଞ୍ଚାଇଛି । ଏ କ୍ଷେତ୍ରରେ ମୋଦି ବିଶ୍ୱର ଅନ୍ୟ ନେତା ଯଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଜର୍ମାନୀ ଚାନସେଲର ଆଞ୍ଜେଲା ମର୍କେଲ, ବି୍ରଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ପଛରେ ପକାଇଛନ୍ତି । ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ପାଖାପାଖି ପହଞ୍ଚôଛି । ତେବେ ମଧ୍ୟ ଭାରତୀୟ ମାନେ ମୋଦିଙ୍କ ଉପରେ ପୁର୍ଣ୍ଣ ବିଶ୍ୱାସ ରଖିଛନ୍ତି । ଅନେକ ଭାରତୀୟଙ୍କ ମତରେ ଯଦି ମୋଦି ନଥାନ୍ତେ ତେବେ ଆମେ ପୋକମାଛି ପରି ମରିଥାନ୍ତୁ । ଲକଡାଉନ ହେଉ କି ତାଳି ମାରିବା ହେଉ ସବୁ ବେଳେ ମୋଦି ଭାରତୀୟଙ୍କ ଅକୁଣ୍ଠ ସମର୍ଥନ ପାଇଛନ୍ତି ବୋଲି ନୁ୍ୟୟର୍କ ଟାଇମ୍ସ ପକ୍ଷରୁ କରାଯାଇଥିବା ଏକ ସର୍ଭେରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here