Spread the love

ମୁମ୍ବାଇ: ସାମୁଦ୍ରିକ ବାତ୍ୟା ‘ନିସର୍ଗ’ ସ୍ଥଳଭାଗ ଛୁଇଁବା ଆରମ୍ଭ କରିଛି । ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ ଅନୁସାରେ ଦିଭେଗାରରେ ଅପରାହ୍ନ ୧ଟାରୁ ଲ୍ୟାଣ୍ଡଫଲ ଆରମ୍ଭ ହୋଇଛି । ଏଥିପାଇଁ ମୁମ୍ବାଇ ସମେତ ଦିଭେଗାରର ଆଖପାଖ ଅଞ୍ଚଳରେ ୧୦୦କିଲୋମିଟର ବେଗରେ ପବନ ବୋହିବା ଆରମ୍ଭ ହୋଇଛି । ଲିବୋଗ କୋଲିୱାଡ଼ାରେ ସମୁଦ୍ରରେ ଉଚ୍ଚ ଳହଡ଼ି ଉଠିବା ଆରମ୍ଭ ହୋଇଛି । ଅପରାହ୍ନ ୧ଟାରୁ ୩ଟା ମଧ୍ୟରେ ‘ନିସର୍ଗ’ ଭୂଭାଗ ସ୍ପର୍ଶ କରିବ ବୋଲି ଆକଳନ କରାଯାଇଛି । ଏଥିପାଇଁ ମହାରାଷ୍ଟ୍ର ଓ ଗୁଜୁରାଟର ତଳିଆ ଅଞ୍ଚଳରୁ ୬୫ହଜାରରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ‘ନିସର୍ଗ’ ନିଜ ଗତିପଥ ସାମାନ୍ୟ ପରିବର୍ତ୍ତନ କରିଛି । ଏବେ ଏହା ଉତ୍ତରପୂର୍ବ ଦିଗରେ ଅଗ୍ରସର ହେଉଛି । ତେବେ ‘ନିସର୍ଗ’ ପାଣିପାଗ ବିଜ୍ଞାନୀଙ୍କୁ ଚକମା ଦେବାରେ ସକ୍ଷମ ହୋଇଛି । ସୋମବାର ପ୍ରଥମେ ‘ନିସର୍ଗ’ ହରହରେଶ୍ୱର ଓ ଡାମନ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଥିଲା । ମଙ୍ଗଳବାର ଲ୍ୟାଣ୍ଡଫଲ ସ୍ଥାନ ଆଲିବାଗ ଚିହ୍ନଟ କରାଯାଇଥିଲା । ଏବେ ବୁଧବାର ଦିଭେଗାରକୁ ଚିହ୍ନଟ କରାଯାଇଛି । ଆଲିବାଗ, ଶ୍ରୀବର୍ଦ୍ଧନ, ମୁରୁଦ ଓ ଉରାନରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here