Spread the love

ନୂଆପଡ଼ା: କରୋନା ତାଣ୍ଡବର ଆଉ ଏକ ଋପ ଦେଖିବାକୁ ମିଳିଛି ନୂଆପଡ଼ାରେ । ତାଲାବନ୍ଦ ସମୟରେ ଘରକୁ ଫେରିବା ପାଇଁ ଜଣେ ୭ମାସର ଗର୍ଭବତି ଶହେ କିଲୋମିଟର ବାଟ ରେଳ ଧାରଣା କଡ଼ରେ ଚାଲିଚାଲି ଆସୁ ଶୁକ୍ରବାର ନୁଆପଡ଼ା ରେଳ ଷ୍ଟେସନରେ ପହଞ୍ଚôବା ପରେ ତାଙ୍କୁ ସ୍ଥାନୀୟ ପ୍ରଶାସନ ଉଦ୍ଧାର କରିଛି । ତାଙ୍କ ସହ ଆଉ ୧୧ ଜଣ ଶ୍ରମିକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି ।
ପ୍ରାପ୍ତ ବିବରଣୀରୁ ଜଣାପଡ଼ିଛି ଯେ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାର ପିଥୌଡ଼ା ଥାନା ଅନ୍ତର୍ଗତ ହାରଦୀ ଗାଁର ୧୨ଜଣ ଶ୍ରମିକ ବଲାଙ୍ଗୀର ଜିଲ୍ଲା ଟିଟଲାଗଡ଼ରେ କାମ କରୁଥିଲେ। ତାଲାବନ୍ଦ ଯୋଗୁ କାମଦାମ ନ ପାଇ ଭୋକ ଉପାସରେ କାଳ କାଟିବା ଅପେକ୍ଷା ନିଜ ଗାଁକୁ ଫେରିବା ଭଲ ବୋଲି ମନେ କରି ଗତ ୨୮ ତାରିଖରେ ଟିଟଲାଗଡ଼ ରେଳ ଷ୍ଟେସନର ଧାରଣା ବାଟ ଦେଇ ପ୍ରାୟ ୧୦୦ କିଲୋମିଟର ଚାଲିବା ପରେ ଆଜି ନୂଆପଡ଼ା ରେଳ ଷ୍ଟେସନରେ ପହଞ୍ଚିଥିଲେ। ଏହି ୧୨ ଶ୍ରମିକଙ୍କ ଭିତରେ ଜଣେ ୭ ମାସର ଗର୍ଭବତୀ ମହିଳା ବି ଥିଲେ । ଖବର ପାଇ ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁ ଏନଏସି ନିର୍ବାହୀ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଇ ଶ୍ରମିକମାନଙ୍କର ଖାଇବା ଓ ରହିବା ବ୍ୟବସ୍ଥା କରାଇଥିଲେ। ସେମାନଙ୍କୁ ନିଜ ଗାଁକୁ ପଠାଇବାର ବି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହେଉଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here