Spread the love

ଅନୁଗୁଳ, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଠାତ ବୃଦ୍ଧି ପାଇଥିବାରୁ ଅନୁଗୁଳର ଶିଳ୍ପସଂସ୍ଥା ସେମାନଙ୍କ କର୍ମଚାରୀଙ୍କ ତଥା ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇବାକୁ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି । ସେ ଏକ ଚିଠିରେ ଶିଳ୍ପ କାରଖାନାକୁ କହିଛନ୍ତି ଯେ ପ୍ଲାଣ୍ଟ ଅଞ୍ଚଳରେ ଏବଂ ଟାଉନସିପରେ ଥିବା ସେମାନଙ୍କ କର୍ମଚାରୀ ତଥା ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଉ । ଯଦି ଶିଳ୍ପସଂସ୍ଥା ଏସବୁ ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହୁଅନ୍ତି, ତେବେ ବହୁ ଜନସ୍ୱାସ୍ଥ୍ୟର ସ୍ୱାର୍ଥ ଦୃଷ୍ଟିରୁ ପ୍ଲାଣ୍ଟ ଅଞ୍ଚଳକୁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରାଯିବ । ଏହା ବ୍ୟତୀତ କରୋନା ହଟସ୍ପଟରୁ ଆସିଥିବା କିଛି କର୍ମଚାରୀ ଏବଂ ବ୍ୟବସାୟ କାର୍ଯ୍ୟନିର୍ବାହୀ ବିଭିନ୍ନ ପ୍ଲାଣ୍ଟ ପରିଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଅନ୍ୟ ରାଜ୍ୟରୁ ଆସୁଥିବା ଶିଳ୍ପ ଗୃହର କର୍ମଚାରୀଙ୍କଠାରୁ କେତେକ କରୋନା ପଜିଟିଭ୍ ମାମଲା ମଧ୍ୟ ଚିହ୍ନଟ ହୋଇଥିବା  ଚିଠିରେ ଦର୍ଶାଯାଇଛି। ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ ୬୯ ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here