Spread the love

ନୁଆଦିଲ୍ଲୀ: ମାର୍ଚ୍ଚ ୨୫ ତାରିଖରୁ ବନ୍ଦ ହୋଇଥିବା ଭାରତୀୟ ରେଳ ପାଇଁ ଦେଶବ୍ୟାପୀ ସାଧାରଣ ସେବା କେନ୍ଦ୍ର (ସିଏସସି) ଗୁଡ଼ିକରେ ଟ୍ରେନ ପାଇଁ ଟିକଟ ବୁକିଂ ଆରମ୍ଭ ହେବ ବୋଲି ଭାରତୀୟ ରେଳବାଇ ପକ୍ଷରୁ କୁହାଯାଇଛି । ମଇ ୨୫ ସୋମବାରଠାରୁ ଦେଶରେ ସୀମିତ ଯାତ୍ରୀବାହୀ ଟ୍ରେନ ଚଲାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଇଆରସିଟିସି ସହ ସିଏସସି ଗୁଡ଼ିକରେ ମଧ୍ୟ ଟିକଟ ବୁକିଂ ହେବ । ଯେଉଁମାନେ ଅନଲାଇନରେ ଟିକଟ ବୁକିଂ କରିପାରିବେ ନାହିଁ ସେମାନଙ୍କ ପାଇଁ ସିଏସସି ସହାୟକ ହେବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here