Spread the love

ନୂଆଦିଲ୍ଲୀ:ମହାରଷ୍ଟ୍ରର ଔରଙ୍ଗାବାଦର କରମାଡ ପୋଲିସ ଷ୍ଟେସନ ଅନ୍ତର୍ଗତ ରେଳଧାରଣାରେ ଶୋଇଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଶୁକ୍ରବାର ପ୍ରାତଃ ୫.୧୫ ସମୟରେ ଏକ ମାଲବାହୀ ଟ୍ରେନ ଚାଲିଯିବାରୁ ୧୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ୪ ଜଣ ଆହତ ହୋଇଛନ୍ତି । ଏଥିରେ ସେମାନଙ୍କ ଶିଶୁ ମଧ୍ୟ ସାମିଲ ଅଛନ୍ତି । ପରେ ଏହି ଘଟଣା ସମ୍ପର୍କରେ ସୂଚନା ପାଇଁ ସ୍ଥାନୀୟ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା । ଆହତଙ୍କୁ ଔରଙ୍ଗାବାଦ ସିଭିଲ ହସ୍ପିଟାଲରେ ଭର୍ତି କରାଯାଇଛି । ଦକ୍ଷିଣ ମଧ୍ୟ ରେଲବାଇର ସିପିଆରଓ କହିଛନ୍ତି ଯେ କରମାଡ ନିକଟରେ ଏକ ଖାଲି ମାଲବାହୀ ଟ୍ରେନ ପ୍ରବାସୀଙ୍କ ଉପରେ ମାଡିଯାଇଛି । ଏ ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ରେଳଧାରଣା କଡରେ ବସିଥିବା ଯୋଗୁ ୩ ଶ୍ରମିକ ସୁରକ୍ଷିତ ଅଛନ୍ତି । ସୂଚନା ଅନୁଯାୟୀ ମହାରାଷ୍ଟ୍ରରୁ ଛତିଶଗଡ ଚାଲି ଚାଲି ଯାଉଥିବା ୨୦ ଜଣ ଶ୍ରମିକ କରୋନା ଭାଇରସ ଯୋଗୁ ଲକଡାଉନ ହୋଇଥିବାରୁ ଟ୍ରେନ ଆସିବନି ଭାବି ରେଳଧାରଣା ଉପରେ ଶୋଇପଡିଥିଲେ । ତେବେ ସେମାନେ ଶୋଇଥିବା ଅବସ୍ଥାରେ ଟ୍ରେନ ରେଳଧାରଣା ଦେଇ ଯାଇଥିଲା । ଶ୍ରମିକମାନେ ଶୋଇଥିବ ଦେଖି ଲୋକ ପାଇଲଟ ଟ୍ରେନକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ସମ୍ଭବ ହୋଇପାରିନଥିଲା । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହିତ ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କ ସହ କଥା ହୋଇ ସ୍ଥିତି ଉପରେ ନଜର ରଖିଛନ୍ତିି । ସେହପରି ରେଳବାଇ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । ଏହି ଦୁର୍ଘଟଣା ପରେ ଟ୍ରାକରେ ଶବ ସହିତ ରୁଟି ମଧ୍ୟ ଏଣେତେଣେ ପଡି ରହିଛି । ଏହି ସମସ୍ତ ଶ୍ରମିକ ଏକ ଷ୍ଟିଲ କାରଖାନାରେ କ।।ମ କରୁଥିଲେ ।

LEAVE A REPLY

Please enter your comment!
Please enter your name here